- ବିଶୋଇ,14/11 :ଭତ୍ତା ପାଇଁ ଆଉ ଅପେକ୍ଷାର ଯୁଗ ସରିଛି ଆବେଦନକାରୀଙ୍କୁ ଭତ୍ତା ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି।ରାଜ୍ୟ ସରକାରଙ୍କ ଏହି ନୂତନ ନିଷ୍ପତ୍ତି କ୍ରମେ ରାଜ୍ୟ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆଜି ବିଶୋଇ ବ୍ଲକରେ ନୂତନ ଭତ୍ତାକାର୍ଡ ପ୍ରଦାନ କରାଯାଇଛି।ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ କୁମାର ଦେବବ୍ରତ ପାତ୍ରଙ୍କ ସଂଯୋଜନାରେ ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି,ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ,ଜିପିଡ଼ିଇଓ ହରେଶ କୁମାର ନାଏକ,ସମାଜସେବୀ ବନମାଳୀ ଗିରି,ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି,ଲୁହାକାନି ସରପଞ୍ଚ ସଲମା ଟୁଡୁ,ଏନ.ବି ପୋଖରିଆ ସରପଞ୍ଚ ଡ଼ମାନ ମୁର୍ମୁ,ବିଶୋଇ ସମିତିସଭ୍ୟ କାଶୁ ମାଝୀ,ଲୁହକାନି ସମିତିସଭ୍ୟ ଦିଲ୍ଲୀପ ଗିରି ପ୍ରମୁଖ ଉପସ୍ଥିତ ଥିଲେ।ଭତ୍ତା କାର୍ଡ ପାଇଁ ଆଉ ହିତାଧିକାରୀଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡିବନି।ଏଥିନିମନ୍ତେ ନଭେମ୍ବର ୧୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକୁ ଅତିଥିବୃନ୍ଦ ସ୍ୱାଗତ କରିଥିଲେ।ଏଣିକି ହିତାଧିକାରୀ ମାନେ ଆଉ ବର୍ଷବର୍ଷ ଧରି ଅପେକ୍ଷା ନକରି ଭତ୍ତା ପାଇଁ ଆବେଦନ କରିବାର ପର ମାସଠାରୁ ଭତ୍ତା ପାଇବେ।ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବା ପାଇଁ ବିଡ଼ିଓ କାର୍ଯ୍ୟାଳୟକୁ ଯାଇ କିମ୍ବା ‘ୟୁପିଏମପି’ ପୋର୍ଟାଲରେ ଭତ୍ତା ଆବେଦନ କରି ପାରିବେ।ସେହିପରି ଭତ୍ତା ପାଉଥିବା ବ୍ୟକ୍ତିଙ୍କୁ ୮୦ ବର୍ଷ ହେଲା ମାତ୍ରେ ତାଙ୍କୁ ଆଉ ଆବେଦନ କରିବାକୁ ପଡିବ ନାହିଁ ତା ପର ମାସଠାରୁ ଆପେ ଆପେ ବର୍ଦ୍ଧିତ ଭତ୍ତା ପାଇବେ ବୋଲି ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ।ଶେଷରେ ବିଶୋଇ ବ୍ଲକର ୧୩ ଗୋଟି ପଞ୍ଚାୟତର ସମୁଦାୟ ୯୦୩ ହିତାଧିକାରୀଙ୍କ ନୂତନ ଭତ୍ତା କାର୍ଡ ମଞ୍ଜୁର ହୋଇଥିବା ବେଳ ଆଜିର କାର୍ଯ୍ୟକ୍ରମରେ ୧୩୦ ହିତାଧିକାରୀଙ୍କୁ ଭତ୍ତା କାର୍ଡ ପ୍ରଦାନ ସହିତ ଦୁଇ ମାସର ନଗଦ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା।ସାମାଜିକ ସୁରକ୍ଷା ବିଭାଗର ପ୍ରୋଗ୍ରାମ ସହାୟକ ପଦ୍ମଲୋଚନ ପାଟବନ୍ଧା,କନିଷ୍ଠ ସହାୟକ ପ୍ରଭାତ ରଞ୍ଜନ ଗିରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବ୍ଲକର ୧୩ ଗୋଟି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ,ଯୋଗାଣ ସହାୟକ,ଏଡ଼ିଇଓ ଉପସ୍ଥିତ ଥିଲେ।
Bisoi, 14/11: The long wait for social security allowances has come to an end; applicants no longer need to wait to receive their benefits. In line with a new decision by the State Government, the Department of Social Security and Empowerment of Persons with Disabilities has distributed new allowance cards in Bisoi Block today. A block-level event was organized at the conference hall of the Bisoi Panchayat Samiti office, coordinated by the Block Social Security Officer, Kumar Debabrata Patra. Dignitaries present at the event included Block Vice-Chairman Chandramohan Giri, Zilla Parishad Member Bindusmita Deo, GPDEO Haresh Kumar Naik, social worker Banamali Giri, Bisoi Sarpanch Karuna Sagar Mardi, and Luhakani Sarpanch Salma. …Tudu, Pokharia Sarpanch Daman Murmu, Bishoi Samiti Member Kashu Majhi, and Luhakani Samiti Member Dillip Giri, among others, were present. Beneficiaries will no longer have to wait for years to obtain their pension cards. The guests welcomed the historic decision taken by the State Government in this regard on November 10th. Henceforth, instead of waiting for years, beneficiaries will be able to receive their pension starting from the month following their application.
