ବିଶୋଇ ରେ ୧୫୨ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ଆଦିବାସୀଙ୍କ ବିପ୍ଳବର ମଙ୍ଗ ଧରିଥିଲେ ବିର୍ସା ମୁଣ୍ଡା : ଦେବାଶିଷ ମାର୍ଣ୍ଡି

ବିଶୋଇ ରେ ୧୫୨ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ଆଦିବାସୀ ବିପ୍ଳବର ମଙ୍ଗ ଧରିଥିଲେ ବିର୍ସା ମୁଣ୍ଡା : ଦେବାଶିଷ ମାର୍ଣ୍ଡି

ବିଶୋଇ,୧୬।୧୧ (santali news) :ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୨ ତମ ଜୟନ୍ତୀ ଅବସରରେ ବିଶୋଇ ବ୍ଲକ ସହିଦ ବିର୍ସା ମୁଣ୍ଡା ସ୍ମୃତି ସମିତି ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଛକ ଠାରେ ମହାଆଡ଼ମ୍ବର ସହକାରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ସ୍ମୃତି ସମିତି ସଭାପତି ନଟବର ସିଂଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଜୟନ୍ତୀ ପାଳନ ସମାରହରେ ବିଶୋଇ ଜଗନ୍ନାଥ ମନ୍ଦିରରୁ ଏକ ମଶାଲ ଯାତ୍ରା ବାହାରି ବିଶୋଇ ବଜାର ଦେଇ ବିର୍ସା ମୁଣ୍ଡା ଛକ ଠାରେ ପହଞ୍ଚିଥିଲା।ପରେ ପ୍ରତିମୂର୍ତ୍ତି ନିକଟରେ ପାରମ୍ପରିକ ରୀତିନୀତିରେ  ପୂଜାର୍ଚ୍ଚନା କରିବା ପରେ କମିଟିର ସମସ୍ତ ସଦସ୍ୟ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ।ମୁଖ୍ୟଅତିଥି ଭାବରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାର୍ଣ୍ଡି  ଯୋଗଦେଇ ଆଦିବାସୀଙ୍କ ଜଙ୍ଗଲ,ଜଳ ଓ ଜମି ଅଧିକାରକୁ ନେଇ ବ୍ରିଟିଶ ସରକାର ବିରୁଦ୍ଧରେ ଭଗବାନ ବିର୍ସା ମୁଣ୍ଡା ବିପ୍ଳବର ମଙ୍ଗ ଧରିଥିଲେ ବୋଲି ଵ୍ୟକ୍ତବ ରଖିଥିଲେ। ସେହିପରି ମୁଖ୍ୟବ୍ୟକ୍ତା ଭାବରେ ପ୍ରାକ୍ତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା ଯୋଗଦେଇ ଆଦିବାସୀଙ୍କ ପ୍ରତି ବିର୍ସା ମୁଣ୍ଡାଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ।ସମ୍ମାନୀୟ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ,ବିଶୋଇ ସରପଞ୍ଚ କରୁଣା ସାଗର ମାର୍ଣ୍ଡି,,ବିଶୋଇ ସମିତି ସଦସ୍ୟ କାଶୁ ମାଝୀ,ଖଡ଼ମବେଡ଼ା ପଞ୍ଚାୟତ ସମିତି ସଭ୍ୟା ବାସନ୍ତୀ ହାଁସଦା,ସିଡିପିଓ ଶ୍ରୀମତୀ ବିଟୁ ଟୁଡୁ,ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷା ରିତା ସିଂ,ଅଲ ଇଣ୍ଡିଆ ଆସେକାର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ ,ସାମ୍ବାଦିକ ଧୀରେନ୍ଦ୍ର ଦାସ,ଅମିତ ଦାସ,ଶାଶ୍ୱତ ଶର୍ମା,ଆନୱାର ହୁସେନ ସମାଜସେବୀ ସୁରାଇ ହାଁସଦା,ରଞ୍ଜନ ନନ୍ଦ,ବନମାଳୀ ଗିରି,ଶ୍ୟାମସୁନ୍ଦର ହାଁସଦା,ହରିହର ନାଏକ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଜୀବନୀ ଉପରେ ବ୍ୟକ୍ତବ ରଖିଥିଲେ।ପରେ ଛକ ପରିସରରେ ନୃତ୍ୟ ଦଳ ପକ୍ଷରୁ  ଆଦିବାସୀ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।ସମିତିର ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମିତିର ଉପସଭାପତି ମଧୁସୂଦନ ସାହୁ, ସମ୍ପାଦକ ଖେଲାରାମ ଟୁଡୁ,ସହ ସମ୍ପାଦକ ଚୈତନ୍ୟ ନାଏକ,କୋଷାଧ୍ୟକ୍ଷ ସୁରାଇ ହାଁସଦା ଉପଦେଷ୍ଟା ମଣ୍ଡଳୀର ଠାକୁର ବାରଦା,ସୁବାଷ ପାତ୍ର,ନାରାୟଣ ମହାପାତ୍ର,ଧନେଶ୍ବର ମହାନ୍ତ,ଲଲମୋହନ ସାହୁ,ଗୁରୁଚରଣ ସିଂ ଏବଂ କମିଟିର ସମସ୍ତ ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅମିତ ଦାସ, ବିଶୋଇ ବ୍ଲକ ପ୍ରତିନିଧି, ମୟୂରଭଞ୍ଜ

152nd Birth Anniversary of Birsa Munda Celebrated in Bisoi

Birsa Munda Led the Tribal Revolution: Debashish Mardi

Bisoi, November 16: On the occasion of the 152nd birth anniversary of ‘Dharati Aaba’ (Father of the Earth) Bhagwan Birsa Munda, a grand celebration was organized at Birsa Munda Chhak (Square) under the aegis of the ‘Sahid Birsa Munda Smruti Samiti’ (Martyr Birsa Munda Memorial Committee) of Bisoi Block. Held under the supervision of the Memorial Committee President, Natabar Singh, the event featured a ‘Mashal Yatra’ (torchlight procession) that began at the Jagannath Temple in Bisoi, passed through the Bisoi market, and concluded at Birsa Munda Chhak. Subsequently, after performing traditional rituals and offering prayers at his statue, the committee members paid tribute to the memory of Birsa Munda. As the Chief Guest, [a representative from] Mayurbhanj… Dr. Debashis Mardi, former Chairperson of the Special Development Council, stated that Bhagwan Birsa Munda had spearheaded a revolution against the British government to secure the rights of tribal people over their forests, water, and land. Similarly, former Member of Parliament Er. Ramachandra Hansdah participated as the keynote speaker and shed light on Birsa Munda’s contributions to the tribal community. Other notable attendees included Zilla Parishad member Bindusmita Deo; Bishoi Sarpanch Karuna Sagar Mardi; Bishoi Samiti member Kashu Majhi; Khadambeda Panchayat Samiti member Basanti Hansdah; CDPO Smt. Bitu Tudu; former Block Chairperson Rita Singh; All India ASECA General Secretary Purnachandra Hembram; journalists Dhirendra Das, Amit Das, Shashwat Sharma, and Anwar Hussain; as well as social workers Surai Hansdah, Ranjan Nanda, Banamali Giri, Shyamsundar Hansdah, and Harihar Naik. They paid tribute by garlanding the statue and reflecting on his life. …expressed their views. Subsequently, a dance troupe performed traditional tribal dances in the vicinity of the crossroads. Senior committee member Shyam Sundar Naik managed the proceedings, while the committee’s Vice-President Madhusudan Sahu, Secretary Khelaram Tudu, Assistant Secretary Chaitanya Naik, and Treasurer Surai Hansada—along with advisory board members Thakur Barada, Subash Patra, Narayan Mahapatra, Dhaneswar Mahanta, Lalmohan Sahu, and Gurucharan Singh, as well as all active committee members—contributed to the success of the event.

Amit Das, Representative for Bisoi Block, Mayurbhanj

Did you find this post helpful?
 0 0
50%
50%

    Leave a Reply

    Your email address will not be published. Required fields are marked *

    Translate »